ଯୁଦ୍ଧ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଋଷର ସେନା, ସୈନ୍ୟକୁ ନେଇ କହିଲା ଏହି ବଡ଼ କଥା
Advertisement

ଯୁଦ୍ଧ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଋଷର ସେନା, ସୈନ୍ୟକୁ ନେଇ କହିଲା ଏହି ବଡ଼ କଥା

Russian-Ukraine War: ତେବେ ଋଷର ସେନା ସ୍ୱୀକାର କରିଛି ଯେ, ଏହି ଅପରେସନରେ ବଳପୂର୍ବକ ସାମିଲ କରାଯାଇଥିବା ସୈନିକମାନେ ଅଂଶଗ୍ରହଣ କରିଛି । ଏଥି ସହିତ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇଗୋର କୋନାଶେନକୋଭ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ୟୁକ୍ରେନର କ୍ଷେତ୍ରରେ ବିଶେଷ ସୈନ୍ୟ ଅଭିଯାନରେ ଅଂଶଗ୍ରହଣ କରିଥିବା ଋଷର ସୈନ୍ୟ ବଳର ଅନେକ ୟୁନିଟରେ ଜବରଦସ୍ତି ସାମିଲ କରାଯାଇଥିବା ସୈନିକଙ୍କ ଉପସ୍ଥିତିର ଅନେକ ଉଦାହରଣର ପୃଷ୍ଟି କରାଯାଇଛି ।

ଯୁଦ୍ଧ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଋଷର ସେନା, ସୈନ୍ୟକୁ ନେଇ କହିଲା ଏହି ବଡ଼ କଥା

ମସ୍କୋ: Russian-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷର ସେନା (Russian Army) କ୍ରମାଗତ ଭାବରେ ୟୁକ୍ରେନ ସହର ଉପରେ ବୋମା ମାଡ଼ କରୁଛି । ଯୁଦ୍ଧ ସମୟରେ ଋଷ ସେନାରେ ଜବରଦସ୍ତି ସୈନିକମାନ (Russian Soldiers) ଙ୍କୁ ଭର୍ତ୍ତି କରାଯାଇଥିବାର ଅଭିଯୋଗ ହୋଇଛି । ଯଦିଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି, କିନ୍ତୁ ବର୍ତ୍ତମାନ ଋଷର ସେନା ସ୍ୱୀକାର କରିଛନ୍ତି ଯେ ସେମାନଙ୍କ ପାଖରେ ଜବରଦସ୍ତି ଭର୍ତ୍ତି କରାଯାଇଥିବା ସୈନିକ ଅଛି ।

ସହଯୋଗୀ ୱେବସାଇଟ୍ WION ରେ ପ୍ରକାଶିତ ଖବର ଅନୁଯାୟୀ, ଯୁଦ୍ଧ ସମୟରେ ଏହି ଅଭିଯୋଗ ଉପରେ ରାଷ୍ଟ୍ରପତି ପୁଟିନ (Putin) କହିଥିଲେ ଯେ ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ଜବରଦସ୍ତି ସୈନିକମାନଙ୍କୁ ଭର୍ତ୍ତି କରିବାକୁ ଯୋଜନା କରୁନାହାଁନ୍ତି । ଏହି ଅପରେସନରେ କେବଳ ପେଶାଗତ ସୈନିକ ଅଂଶଗ୍ରହଣ କରୁଛନ୍ତି ବୋଲି ଋଷର ରାଷ୍ଟ୍ରପତି କହିଥିଲେ । କେବଳ ସେହି ଲୋକମାନେ ଏହି ଅପରେସନରେ ଜଡ଼ିତ ଅଛନ୍ତି, ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ମାତୃଭୂମିର ସୁରକ୍ଷା ପାଇଁ ଏହି ଦାୟିତ୍ୱକୁ ପସନ୍ଦ କରିଛନ୍ତି ।

ତେବେ ଋଷର ସେନା ସ୍ୱୀକାର କରିଛି ଯେ, ଏହି ଅପରେସନରେ ବଳପୂର୍ବକ ସାମିଲ କରାଯାଇଥିବା ସୈନିକମାନେ ଅଂଶଗ୍ରହଣ କରିଛି । ଏଥି ସହିତ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇଗୋର କୋନାଶେନକୋଭ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ୟୁକ୍ରେନର କ୍ଷେତ୍ରରେ ବିଶେଷ ସୈନ୍ୟ ଅଭିଯାନରେ ଅଂଶଗ୍ରହଣ କରିଥିବା ଋଷର ସୈନ୍ୟ ବଳର ଅନେକ ୟୁନିଟରେ ଜବରଦସ୍ତି ସାମିଲ କରାଯାଇଥିବା ସୈନିକଙ୍କ ଉପସ୍ଥିତିର ଅନେକ ଉଦାହରଣର ପୃଷ୍ଟି କରାଯାଇଛି ।

ଏହା ବି ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର, RBI ବଦଳାଇଲା ଏହି ନିୟମ

ଏହା ବି ପଢ଼ନ୍ତୁ:-ମାତ୍ର ୪୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ଛୋଟ AC! ମିନିଟରେ ରୁମକୁ କରିଦେଇଥାଏ ଥଣ୍ଡା

ଏହା ବି ପଢ଼ନ୍ତୁ:-ଜୀବନରେ କେବେବି ହେବନି ହୃଦଘାତ! କେବଳ ପରିବର୍ତ୍ତନ କରନ୍ତୁ ଆପଣଙ୍କ ଏହି ୬ଟି ଅଭ୍ୟାସ

 

କୋନାଶେଙ୍କୋଭ ନିଶ୍ଚିତ କରିଛନ୍ତି ଯେ, ଏହିପରି ସୈନିକମାନଙ୍କୁ ଋଷକୁ ପ୍ରତ୍ୟାହାର କରାଯାଉଛି । ତେବେ କିଛି ସୈନିକଙ୍କୁ ବନ୍ଦୀ କରି ନିଆଯାଇଥିବା ସେ ସ୍ୱୀକାର କରିଛନ୍ତି । ଅଧିକାରୀ କହିଛନ୍ତି ଯେ ଋଷର ସୈନ୍ୟବାହିନୀ ବର୍ତ୍ତମାନ ଯୁଦ୍ଧରେ ସୈନିକ ନିଯୁକ୍ତ ନକରିବାକୁ ଚିନ୍ତା କରୁଛନ୍ତି । ଏଥିସହ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ଯେଉଁମାନେ ସେମାନଙ୍କର ସାମରିକ ସେବା ସମାପ୍ତ କରିଛନ୍ତି ସେମାନଙ୍କୁ ଡ୍ୟୁଟିରୁ ଡକାଯାଇଛି, ସେମାନେ ଆଉ ୟୁକ୍ରେନ ଯୁଦ୍ଧ (Ukraine War) ରେ  ଭାଗ ନେବେ ନାହିଁ । 

Trending news